ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା

ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଲ୍ୟାଣ କୁମାର ପ୍ରଧାନ(୫୫ବର୍ଷ)। ସେ ବଳଦ ଚରାଇବାକୁ ବିଲକୁ ଯାଇଥିବା ବେଳେ ଟାଣ ଖରା ଯୋଗୁ ଅସୁସ୍ଥତା ଅନୁଭବ କରି ଘରକୁ ଚାଲି ଆସିଥିଲେ। ଘର ପିଣ୍ଡାରେ କିଛି ସମୟ ବସିବା ପରେ ସେ ଟଳି ପଡିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାହି ବାସିନ୍ଦାଙ୍କଠାରୁ ଖବର ପାଇ ପୋଲିସ ପହଁଞ୍ଚିଥିଲା। ଏହିଅଂଶୁଘାତ ମୃତ୍ୟୁ ନେଇ କଲ୍ୟାଣଙ୍କ ଭାଇ ମହେନ୍ଦ୍ର ଥାନାରେ ରିପୋର୍ଟ କରିଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଝୁମ୍ପୁରା ଥାନା ଅଧିକାରୀ ଏଫ ଟିଗା ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ ମାମଲା(ନଂ ୬/୨୦୧୯) ରୁଜୁ ହୋଇଛି।