ଅଂଶୁଘାତ ପ୍ରତିକାର ପାଇଁ ନାହିଁ କୌଣସି ବ୍ୟବସ୍ଥା

ହାଟଡିହୀ୧୧ା୫(ସ୍ବ.ପ୍ର.): ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲାବେଳେ ହାଟଡିହୀ ସରକାରୀ  ଡାକ୍ତରଖାନାରେ ଅଂଶୁଘାତ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣିର ସୁବିଧା ନାହିଁ କି ବିଦ୍ୟୁତ କଟିଗଲେ ଜେନେରେଟର ନାହିଁ। ଦୁଇ ବର୍ଷ ହେଲା ଇନ୍‌ଭଟର ବି ଖରାପ। ଫଳରେ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିଯାଉଛି। ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବାକୁ ସାଧାରଣରେ ଦାବି ହେଉଛି।