ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ କହନ୍ତି, ‘ଏହି ଭୂମିକାରେ କେତେ ଦମ୍‌ ଅଛି ତାହା ମୁଁ ଜାଣିଛି। ଯେଉଁଭଳି ଏକ ଭୂମିକାଟିଏ ଚାହୁଁଥିଲି ତାହା ମୋତେ ମିଳିଯାଇଛି। ଏହାବ୍ୟତୀତ ‘ଏହସାସ୍‌’ ନାମକ ଆଉ ଏକ ସିନେମା ରିଲିଜ ଅପେକ୍ଷାରେ ରହିଛି। କେବଳ ସେତିକି ନୁହେଁ, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ମୋର ନିହାତି ଦରକାର’ର ମୁଖ୍ୟ ଖଳନାୟକ ଭୂମିକାରେ ମୁଁ ଅଭିନୟ କରିଛି। ଏହି ଫିଲ୍ମରେ ପାଣି ଭିତରେ ଏକ ଫାଇଟ୍‌ ଶଟ୍‌ ଶୁଟିଂ କରାଯାଇଛି, ଯାହା ଫିଲ୍ମର ମୁଖ୍ୟ ଆକର୍ଷଣ।’ ତେବେ ଦୁଇଟି ହିନ୍ଦୀ ସିନେମାରେ ଅଭିନୟ କରିବା ପରେ ଏବେ ତାଙ୍କ ହାତରେ ୨-୩ଟି ବଲିଉଡ୍‌ ଅଫର ରହିଛି। ଏହାବ୍ୟତୀତ ହରିଶ ଶର୍ମାଙ୍କ ପ୍ରଯୋଜିତ ଏକ ଭୋଜପୁରୀ ଫିଲ୍ମରେ ସେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିବେ। ସେପଟେ ଭଲ ଭୂମିକାକୁ ସବୁବେଳେ ଗୁରୁତ୍ୱ ଦେବି ବୋଲି କହନ୍ତି ଏହି ଅଭିନେତା।

Share