Categories: ଜାତୀୟ

ଅଓ୍ବନ୍ତିପୁରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଭାରତ ଓ ଆମେରିକାକୁ ସୂଚନା ଦେଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୬: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୁରାରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନେଇ ପାକିସ୍ତାନ ଭାରତ ଏବଂ ଆମେରିକାକୁ ସୂଚନା ଦେଇଛି। ତ୍ରାଲ୍‌ ଅଞ୍ଚଳରେ ଆତଙ୍କବାଦୀ ଜାକିର ମୂଷା ଏନ୍‌କାଉଣ୍ଟର ଘଟଣାର ପ୍ରତିଶୋଧ ନେବାକୁ କିଛି ଆତଙ୍କବାଦୀ ଷଡ଼ଯନ୍ତ୍ର କରିଥିବା ପାକିସ୍ତାନ ସୂଚନା ଦେଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପାଖରେ ପୂର୍ବରୁ ସୂଚନା ଥିବା କୁହାଯାଉଛି। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ପୂର୍ବରୁ ପାକିସ୍ତାନ ଏଭଳି କରିଛି। ଫଳରେ ଭବିଷ୍ୟତରେ ଏନେଇ ତାକୁ ଦୋଷ ଦିଆଯାଇ ପାରିବ ନାହିଁ ବୋଲି କୂଟନୈତିକସ୍ତରରେ ଚର୍ଚ୍ଚା ହେଉଛି।

Share