ହାଇଦ୍ରାବାଦ,୧୧।୬: ଏଆଇଏମ୍ଆଇଏମ୍ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍ ସ୍ବାସ୍ଥ୍ୟାବସ୍ଥା ଖରାପ୍ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଅସବରୁଦ୍ଦିନ ସାନଭାଇଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିଜ ସମର୍ଥକଙ୍କୁ ନିବଦେନ କରିଛନ୍ତି। ଅକବରୁଦ୍ଦିନ ଚନ୍ଦ୍ରୟାନଗୁଟ୍ଟାର ବିଧାୟକ ଅଛନ୍ତି। ସୂଚନାଯୋଗ୍ୟ, ୨୦୧୧ରେ କୌଣସି ଏକ ଘଟଣାରେ ତାଙ୍କୁ ଗୁଳି ବାଜିବା ସହ ମାରଣାସ୍ତ୍ରରେ ଆହତ ହୋଇଥିଲେ। ହେଲେ ୩ଦିନ ପୂର୍ବରୁ ଅକବରୁଦ୍ଦିନଙ୍କୁ ବାନ୍ତି ହେବା ସହ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲୋକ ସଭା ନିର୍ବାଚନ ସମୟରୁ ହିଁ ସେ ଲଣ୍ଡନରେ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି। । ଅପରପକ୍ଷରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଟୁଇଟ କରିଛନ୍ତି।
Posted inଜାତୀୟ