ଅକାମୀ ହେବନି ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):୧୫ ବର୍ଷିଆ ପୁରୁଣା ଗାଡି ଅକାମୀ ହୋଇଯିବ। ସେସବୁ ଗାଡିକୁ ରାସ୍ତାରୁ ହଟାଇ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ନିୟମ ହୋଇ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍‌ ଯୋଗେ ସ୍ପଷ୍ଟ କରାଯାଇଛି। ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ଘରୋଇ ଯାନବାହନ(ଅଣଯାତ୍ରୀ ପରିବହନ)ଗୁଡିକର ରେଜିଷ୍ଟ୍ରେଶନ ସାର୍ଟିଫିକେଟ(ଆରସି)କୁ ନବୀକରଣ କରାଯାଇ ପାରିବ। ତେବେ ଯାତ୍ରୀବାହୀ/ମାଲ ପରିବହନ ଯାନବାହନଗୁଡିକର ଫିଟ୍‌ନେସ ସାର୍ଟିଫିକେଟ ଯେ ପର୍ଯ୍ୟନ୍ତ ବୈଧ ରହିଛି ସେ ଯାଏ ଗାଡିର ପଞ୍ଜୀକରଣ ବଳବତ୍ତର ରହିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି।

Share