Categories: ବାଣିଜ୍ୟ

ଅକ୍ଟୋବରରେ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ

ମୁମ୍ବାଇ,୨୨-୧୧-ଅକ୍ଟୋବର ମାସରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨.୫୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ପାର୍ବଣ ସମୟ ଲାଗି ଏହି ଋଣ ପ୍ରଦାନ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟରୁ ୧.୦୫ ଲକ୍ଷ କୋଟି ଟଙ୍କା ନୂଆ ଋଣ ରହିଥିବା ଅର୍ଥ ସେବା ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ଓ୍ବାର୍କିଂ କ୍ୟାପିଟାଲ ଋଣ ଭାବେ ୪୬,୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କରି ବିଭିନ୍ନ ବର୍ଗରେ ଋଣ ଯୋଗାଇ ଦେବାକୁ ଚଳିତ ବର୍ଷ ସେପ୍ଟେମ୍ବରରେ ସରକାର ବ୍ୟାଙ୍କଗୁଡିକୁ କହିଥିଲେ।

Share