Categories: ଜାତୀୟ

ଅକ୍ଟୋବରରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ଦିଲ୍ଲୀ,୧୨ା୧୧(ଆଇଏଏନ୍‌ଏସ୍‌)- ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଅକ୍ଟୋବର ମାସରେ ୩୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ୨୦୧୯ ବର୍ଷରେ ଏହା ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ନଭେମ୍ବର ମାସର ପ୍ରଥମ ୧୧ ଦିନରେ ପାକ୍‌ ଯବାନମାନେ ୯୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲେଣି। ଏହା ପୂର୍ବରୁ ଅଗଷ୍ଟ ମାସରେ ଅସ୍ତ୍ରବିରତି ଉଲ୍ଲଂଘନ ୩୦୦ ଅତିକ୍ରମ କରିଥିଲା।

Share