Categories: ବାଣିଜ୍ୟ

ଅକ୍ଟୋବର-ନଭେମ୍ବରରେ ୪.୯ ଲକ୍ଷ କୋଟି ଋଣ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ, ୪-୧୨: ପାର୍ବଣ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪.୯ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଅର୍ଥନୀତିରେ ସ୍ଥିତାବସ୍ଥା ଏବଂ ଚାହିଦା ବଢାଇବା ଲାଗି ବ୍ୟାଙ୍କଗୁଡିକ ଏଭଳି ପଦକ୍ଷେପ ନେଇଛନ୍ତି। ଦେଶର ୩୭୪ ଜିଲାରେ ଋଣ ମେଳା ଆୟୋଜନ କରି ଏହି ଋଣ ପ୍ରଦାନ କରାଯାଇଛି। ଏମଏସ୍‌ଏମ୍‌ଇ, ଏନ୍‌ବିଏଫ୍‌ସି, କର୍ପୋରେଟ, ରିଟେଲ ଏବଂ କୃଷି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି। ପ୍ରଦାନ କରାଯାଇଥିବା ଋଣ ମଧ୍ୟରେ ଅକ୍ଟୋବରରେ ୨.୫୨ ଲକ୍ଷ କୋଟି ଏବଂ ନଭେମ୍ବରରେ ୨.୩୯ ଲକ୍ଷ କୋଟି ଟଙ୍କାର ଋଣ ଏହା ମଧ୍ୟରେ ରହିଛି।

Share