ଅକ୍ଟୋବର ୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ସଦସ୍ୟମାନେ ହେଲେ ପ୍ରସନ୍ନ ଆଚାଯର୍ର୍‌ୟ, ଦେବୀ ପ୍ରସାଦ ମିଶ୍ର (ଆବାହକ), ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଣବ ପ୍ରକାଶ ଦାଶ। ଏଥିସହିତ ଦଳର ସଭାପତି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡା ଜିଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଚନ୍ଦ୍ର ସାରଥୀ ବେହେରା କୋରାପୁଟ ଓ ମାଲକାନଗିରି, ନବ କିଶୋର ଦାସ କଳାହାଣ୍ଡି, ପ୍ରଫୁଲ୍ଲ ମଲ୍ଲିକ ବରଗଡ, ସୁଶାନ୍ତ ସିଂ ବଲାଙ୍ଗୀର, ମହେଶ୍ୱର ମହାନ୍ତି ଗଞ୍ଜାମ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗଜପତି, ବିକ୍ରମ କେଶରୀ ଆରୁଖ କନ୍ଧମାଳ, ବିଜୟ ନାୟକ ଢେଙ୍କାନାଳ, କୃତ୍ତିବାସ ପାତ୍ର ବୌଦ୍ଧ, ନିରଞ୍ଜନ ପୂଜାରୀ ଅନୁଗୋଳ, ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଓ ଦେବଗଡ, ପ୍ରୀତିରଞ୍ଜନ ଘଡାଇ ସୁନ୍ଦରଗଡ, ଦିବ୍ୟ ଶଙ୍କର ମିଶ୍ର କେନ୍ଦୁଝର , ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ, ପ୍ରତାପ ଜେନା ବାଲେଶ୍ୱର, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭଦ୍ରକ, ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା, ଦେବାଶିଷ ସାମନ୍ତରାୟ ଜଗତ୍‌ସିଂହପୁର, ପ୍ରଦୀପ ଅମାତ ପୁରୀ , ପ୍ରସନ୍ନ ଆଚାର୍ଯ୍ୟ ଖୋର୍ଦ୍ଧା, ସୌଭାଗ୍ୟ ନାୟକ ନୂଆପଡା, ଉଷା ଦେବୀ କଟକ, ଅଶୋକ ଚନ୍ଦ୍ର ପଣ୍ଡା ଯାଜପୁର, ଅମର ଶତପଥୀ ନୟାଗଡ, ପଦ୍ମନାଭ ବେହେରା ଝାରସୁଗୁଡା ଏବଂ ହାଜି ମହମ୍ମଦ ଆୟୁବ ଖାଁଙ୍କୁ ସୁବର୍ଣ୍ଣପୁର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।