Categories: ଜାତୀୟ

ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ହେବ କେନ୍ଦ୍ରଶାସିତ ଅଞ୍ଚଳ: ରାଜନାଥ ସିଂଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ  ସୋମବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌, ନୌସେନା ମୁଖ୍ୟ ଆଡ଼ମିରଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭଦୌରିୟା ସାକ୍ଷାତ୍‌ କରିଛନ୍ତି। ସାକ୍ଷାତ୍‌ ସମୟରେ ଜମ୍ମୁ-କଶ୍ମୀର ସହିତ ଦେଶର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Share