ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍କ ଅପ୍ କମିଂ ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ନେବେ ବୋଲି ଶୁଣିବାକୁ ମିଳିଛି। ୨୦୧୯ରେ ଅକ୍ଷୟ ହାଇଏଷ୍ଟ ପେଡ୍ ଆର୍ଟିଷ୍ଟ ଭାବେ ଆଗରେ ଥିବା ବେଳେ ୨୦୨୦ରେ ବି ସେ ଆଗରେ ରହିବେ ବୋଲି କୁହାଯାଉଛି। ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କାମ କରିପାରନ୍ତି। ଆଉ ଏଥିପାଇଁ ସେ କୁଆଡେ ୧୨୦ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଲଗାତର ହିଟ୍ ଫିଲ୍ମ ଭେଟି ଦେଉଥିବା ଏହି ନାୟକଙ୍କ ପାରିଶ୍ରମିକ ମଧ୍ୟ ଲଗାତାର ବଢି ଚାଲିଛି ବୋଲି ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଫିଲ୍ମର ନାଁ ଜଣାପଡି ନ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାଁ ଓ ଧନୁଷ ନଜର ଆସିପାରନ୍ତି ବୋଲି ଶୁଣାଯାଉଛି। ଖୁବ୍ଶୀଘ୍ର ଏହାର ନାମ ଘୋଷଣା କରାଯିବା ସହ ଏହା ଚଳିତ ବର୍ଷ ମଧ୍ୟ ଭାଗରେ ରିଲିଜ୍ ହୋଇପାରେ ବୋଲି ଅନୁମାନ କରାଯାଇଛି।