ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି। ଖିଲାଡ଼ି କୁମାର ଯୁବକଙ୍କ ସହିତ ସେଲ୍‌ଫି ନେଇ ଏହାକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ଅକ୍ଷୟଙ୍କ ଏହି ପ୍ରଶଂସକ ଜଣକ ହେଉଛନ୍ତି ପର୍ବତ। ସେ ଗୁଜରାଟର ଦ୍ୱାରକାରୁ ପାଦରେ ଚାଲି ଚାଲି ଆସିଥିବା ଅକ୍ଷୟ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସୂଚିତ କରିଛନ୍ତି।

Share