ଅକ୍ଷୟ କୁମାରଙ୍କ ଦୁଃଖ: ବଡ ନିର୍ଦ୍ଦେଶକ ମୋତେ ଫିଲ୍ମରେ ନେଉନାହାନ୍ତି

ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ ହିଟ ସିନେମା ଦେଇ ଆସୁଛନ୍ତି। କିନ୍ତୁ ତାଙ୍କୁ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକଙ୍କ ସହ ଖୁବ୍‌ କମ୍‌ ଫିଲ୍ମ କରିଥିବାର ଦେଖାଯାଏ। ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ଏକ ପ୍ରମୋଶନାଲ ଇଭେଣ୍ଟରେ ଅକ୍ଷୟ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମୁଁ ନୂଆ ନିର୍ଦ୍ଦେଶକଙ୍କ ସହ ଏଥିପାଇଁ କାମ କରୁଛି, ମୋତେ ବଡ ନିର୍ଦ୍ଦେଶକମାନେ କାମ ଦେଉନାହାନ୍ତି। ‘ଗୁଡ୍‌ ନ୍ୟୁଜ୍‌’ରେ ଅକ୍ଷୟଙ୍କ ସହ କରିନା କପୁର ନଜର ଆସିବେ। ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ସେ ବ୍ୟସ୍ତ ଅଛନ୍ତି। ତେବେ ‘ସୂର୍ଯ୍ୟବଂଶୀ’ ସିନେମାର ସୁଟିଂ ସେଟରେ ଅକ୍ଷୟ କୁମାର ଆହତ ହୋଇଥିଲେ ହେଁ ସୁଟିଂ ଜାରି ରଖିଥିବା ସୂଚନା ମିଳିଛି। ତେବେ ଏହି ସିନେମାରେ ପାଖାପାଖି ୯ ବର୍ଷ ପରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଦର୍ଶକ ଏକାଠି ଦେଖିପାରିବେ। ଅକ୍ଷୟ ‘ସୂର୍ଯ୍ୟବଂଶୀ’ ସିନେମାରେ କିଛି ଆକ୍ସନ ସିନ୍‌ର ଶୁଟିଂ କରୁଥିବା ସମୟରେ ଆହତ ହୋଇପଡିଥିଲେ।

Share