ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଶିଳ୍ପା

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ଶନିବାର ୪୪ ବର୍ଷର ପଦାର୍ପଣ କରିଛନ୍ତି। ସେ ୧୯୭୫ ଜୁନ୍‌ ୮ରେ ମାଙ୍ଗାଲୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ଶିଳ୍ପା ଏବଂ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଥିଲା। ଅକ୍ଷୟଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଶିଳ୍ପା ଏକ ସାକ୍ଷାତ୍‌କାରରେ ଖୋଲାଖୋଲି ପ୍ରକାଶ କରିଥିଲେ। ୨୨ ବର୍ଷ ବୟସରେ ଶିଳ୍ପାଙ୍କ ଜୀବନର ଧାରା ବଦଳି ଯାଇଥିଲା। ଏଥି ପାଇଁ ଅକ୍ଷୟ ଦାୟୀଥିବା ସେ କହିଥିଲେ। ସେତେବେଳେ ଏହି ମନ୍ତବ୍ୟ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଥିଲା।

Share