ଅକ୍ଷୟ କୁମାରଙ୍କ ସିକ୍ୟୁଏଲ ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ଅଭିନୟ ପାଇଁ ଅଛନ୍ତି ଚର୍ଚ୍ଚାରେ। ନିକଟରେ କାର୍ତ୍ତିକ ଓ ସାରା ଅଲି ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମର ଶୁଟିଂ ସରିଛି। ୨୦୦୯ରେ ଆସିଥିବା ଫିଲ୍ମ ‘ଲଭ୍‌ ଆଜକଲ’ର ସିକ୍ୟୁଏଲରେ ଏମାନେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଆସନ୍ତା ୨୦୨୦ରେ ପରଦାକୁ ଆସିବ ବୋଲି ଯୋଜନା ରହିଛି। ଏବେ କିନ୍ତୁ ଆଉ ଏକ ଖବର ସାମ୍ନାକୁ ଆସିଛି। ୨୦୦୭ରେ ପରଦାକୁ ଆସିଥିବା ଅକ୍ଷୟ କୁମାର ଓ ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା’ର ସୁକ୍ୟୁଏଲରେ କାର୍ତ୍ତିକ କାମ କରି ପାରନ୍ତି। ମୁମ୍ବାଇ ମିରର୍‌ର ଖବର ଅନୁଯାୟୀ କାର୍ତ୍ତିକ ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ରରେ ନଜର ଆସିବେ। ହେଲ ଏପର୍ଯ୍ୟନ୍ତ ଏହାର ସ୍କ୍ରିପ୍ଟ ଫାଇନାଲ ହୋଇ ନ ଥିବା ଜଣାପଡିଛି।

Share