ନୂଆଦିଲ୍ଲୀ,୨୬।୪: ଲକ୍ଡାଉନ ଅକ୍ଷୟ ତୃତୀୟାର ହଟଚମକକୁ କମ୍ କରି ଦେଇଛି। ଷ୍ଟୋରଗୁଡିକ ବନ୍ଦ ରହିବା ଯୋଗୁ ଲୋକମାନେ ସେଠାକୁ ଯାଇ ସୁନା କିଣିବା ଏବେ ସମ୍ଭବ ହେବ ନାହିଁ। ମାତ୍ର ଡିଜିଟାଲ ଉପାୟରେ ଗ୍ରାହକ ସୁନା କିଣି ପାରିବେ। ପେଟିଏମ୍ ଏବଂ ଗୁଗୁଲ ଆପ୍ ସହାୟତାରେ ଗ୍ରାହକ ସୁନା କିଣିବାକୁ ସକ୍ଷମ ହେବେ। ଅନଲାଇନ ପ୍ଲାଟଫର୍ମଗୁଡିକ ୧ ଟଙ୍କାରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା କିଣିବାର ସୁଯୋଗ ଦେଉଛନ୍ତି। ପେଟିଏମ୍ ଗୋଲ୍ଡ ପକ୍ଷରୁ ଗ୍ରାହକଙ୍କୁ ସୁନା କିଣିବା ନେଇ ସୁବିଧା ଦେଉଛି। ଗ୍ରାହକ ଏହି ଉପାୟରେ କିଣୁ ଥିବା ତୁରନ୍ତ ଡେଲିଭରି ନ ନେଲେ ମଧ୍ୟ ଚଳିବ। ୫ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ଲକରରେ ଏହାକୁ ସୁରକ୍ଷିତ କରି ରଖାଯାଇ ପାରିବ। ସେହିଭଳି ବଜାର ମୂଲ୍ୟ ଅନୁସାରେ ଗ୍ରାହକ ଗୁଗଲ ପେ ଦ୍ୱାରା ସୁନା କିଣି ପାରିବେ। ଏଥିଲାଗି ଗୁଗଲ ପେ ଆପ୍ଲିକେସନ ଡାଉନଲୋଡ କରିବାକୁ ହେବ।