Categories: ଜାତୀୟ

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର ଡିକ୍‌ସନାରି(ଓଏଏଲ୍‌ଡି)ର ସଦ୍ୟ ସଂସ୍କରଣକୁ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଏଥିରେ ୩୮୪ଟି ଭାରତୀୟ ଶବ୍ଦ ରହିଛି। ନୂଆକରି ସାମିଲ କରାଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରେ ରହିଛି ଆଧାର, ଚାଓ୍ବଲ, ଡବ୍ବା ଓ ଶାଦି। ସେହିପରି ଚାଟବୋଟ, ଫେକ୍‌ ନ୍ୟୁଜ୍‌ ଓ ମାଇକ୍ରୋପ୍ଲାଷ୍ଟିକ୍‌ ଭଳି ଆଉ ୧,୦୦୦ ଇଂଲିଶ ଶବ୍ଦକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ୨୬ ଶବ୍ଦ ମଧ୍ୟରୁ ୨୨ଟିକୁ ମୁଦ୍ରିତ ସଂସ୍କରଣରେ ସ୍ଥାନ ମିଳିଥିବାବେଳେ ଅନ୍ୟ ୪ଟି ଡିଜିଟାଲ ଭର୍ସନରେ ରହିଥିବା ଅକ୍ସଫୋର୍ଡ ଡିକ୍‌ସନାରି ମ୍ୟାନେଜିଂ ଡାଇରେକ୍ଟର(ଏଜୁକେଶନ ଡିଭିଜନ) ଫଥିମା ଦାଦା ସୂଚନା ଦେଇଛନ୍ତି। ଅନ୍‌ଲାଇନ ଭର୍ସନରେ ସ୍ଥାନ ପାଇଥିବା ଅନ୍ୟ ୪ଟି ଶବ୍ଦ ହେଲା କରେଣ୍ଟ (ବିଦ୍ୟୁତ୍‌), ଲୁଟର, ଲୁଟିଂ ଏବଂ ଉପଜିଲା (ସବ୍‌-ଡିଭିଜନ)। ୭୭ ବର୍ଷ ଧରି ପ୍ରଚଳିତ ଏହି ଶବ୍ଦକୋଷ ପ୍ରଥମେ ୧୯୪୨ରେ ଜାପାନରେ ପ୍ରକାଶିତ ହୋଇଥିଲା। ୧୯୪୮ରେ ଅକ୍‌ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ଏହାକୁ ପ୍ରଥମଥର ପାଇଁ ପ୍ରକାଶ କରିଥିଲା।

Share