ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଦାନ କରାଯାଉଛି ସମ୍ମାନ ଜନକ ଛାତ୍ରବୃତ୍ତି; ଏହା ଅନେକଙ୍କୁ ଏବେ ବି ଅଜଣା

ଓ୍ବାଶିଂଟନ,୧୮।୯ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ସମ୍ମାନ ଜନକ ତଥା ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ପିଏଚ୍‌ଡି ଏବଂ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଏହି ବୃତ୍ତି ପ୍ରଦାନ କରାଯାଇଥାଏ। ୩୫ ବର୍ଷରୁ କମ୍‌ ବୟସ୍କ ଭାରତୀୟ ଛାତ୍ରୀଛାତ୍ରଙ୍କୁ ପିଏଚ୍‌ଡି ବୃତ୍ତି ପ୍ରଦାନ କରାଯାଇଥାଏ। ମନମୋହନ ସିଂଙ୍କ ନାମରେ ୨୦୦୮ରୁ ଏଠାରେ ପିଏଚ୍‌ଡ ବୃତ୍ତି ପ୍ରଦାନ କରାଯାଉଥିବା ବେଳେ ୨୦୧୦ଠାରୁ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ମଧ୍ୟ ଗ୍ରାଜୁଏଟ୍‌ ବୃତ୍ତି ପ୍ରଦାନ କରାଯାଇଥାଏ।

Share