Categories: ଜାତୀୟ

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ। ରବିବାର ସେ ଏକ ହ୍ବିଲ ଚେୟାର୍‌ରେ ବସି ଅକ୍ସିଜେନ୍‌ ସିଲିଣ୍ଡର ସହ ସିଭିଲ ସର୍ଭିସ୍‌ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। କେବଳ ସେତିକି ନୁହେଁ ଅକ୍ସିଜେନ ସିଲିଣ୍ଡର ସହ ସେ ପରୀକ୍ଷା ମଧ୍ୟ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଲତିଶା କହିଛନ୍ତି ଗତ ପ୍ରାୟ ଦେଢ ବର୍ଷ ହେବ ସେ ଲୋକସେବା ଆୟୋଗ(ୟୁପିଏସ୍‌ସି)ର ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆଉ ତାଙ୍କର ଦୃଢ ବିଶ୍ୱାସ ଯେ ସେ ଏଥିରେ କୃତକାର୍ଯ୍ୟ ହେବେ। ସୂଚନାଯୋଗ୍ୟ, ଲତିଶା ଜନ୍ମରୁ ‘ଟାଇପ୍‌ ୨ ଅଷ୍ଟିଓଜେନେସିସ୍‌ ଇନପରଫେକ୍ଟା’ରୋଗରେ ପୀଡିତ। ଏହାସହ ପ୍ରାୟ ବର୍ଷେ ହେବ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ସବୁବେଳେ ଅକ୍ସିଜେନ୍‌ର ସାହାଯ୍ୟ ନେଇଥାଆନ୍ତି। ଗତ ରବିବାର ୟୁପିଏସ୍‌ସିର ପରୀକ୍ଷା ଥିବା ବେଳେ ଲତିଶାା ଅକ୍ସିଜେନ୍‌ ସିଲିଣ୍ଡର ସହ ପରୀକ୍ଷା ହଲରେ ବସିଥିବା ଖବର ସମ୍ନାକୁ ଆସିଛି।

Share