ଲକ୍ଷ୍ନୌ,୨୬।୮: ସମାଜବାଦୀ ପାର୍ଟି(ଏସ୍ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଇନ ବ୍ୟବସ୍ଥାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହା ଏକ ହତ୍ୟାର ରାଜ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଅଖିଳେଶ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଇନଭେଷ୍ଟର ସମ୍ମିଟର ଡିଣ୍ଡିମ ପିଟାଯାଉଥିବା ବେଳେ ବଡ଼ ବଡ଼ ଶିଳ୍ପପତି ଆସିଲେ, ହେଲେ ସବୁ ବିଫଳ ହେଲା। ବାଂଲାଦେଶର ଟାକା ଆମର ଟଙ୍କା ଠାରୁ ଅଧିକ ହେଲାଣି। ପଡୋଶୀ ବାଂଲାଦେଶର ଅର୍ଥବ୍ୟବସ୍ଥା ଆମଠାରୁ ସୁଦୃଢ଼ ରହିଛି ବୋଲି ଅଖିଳେଶ କହିଛନ୍ତି। ହେଲେ ଏଠାରେ ଗଣତନ୍ତ୍ରର ପରିଭାଷାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ସିବିଆଇ ଓ ଆୟକର ବିଭାଗରେ ଖୋଜାଯାଉଛି ବୋଲି ସେ କହିଛନ୍ତି।