Categories: ଜାତୀୟ

ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା

ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ। ତେବେ ଯାଇ ସେ ବୁଝିପାରିବେ ସେଠାକାର ପରିସ୍ଥିତି କ’ଣ ରହିଛି। ଏନପିଆର ଫର୍ମ ପୂରଣ କରିବେ ନାହିଁ ବୋଲି କହିବା ପରେ ସ୍ବତନ୍ତ୍ର ଦେବ ଏହା କହିଛନ୍ତି। ଅଖିଳେଶ ପ୍ରଥମେ ପାକିସ୍ତାନ ଯାଇ ଗୋଟିଏ ମାସ ରୁହନ୍ତୁ ଏବଂ ସେଠାରେ କୌଣସି ଏକ ମନ୍ଦିରରେ ପୂଜା କରନ୍ତୁ। ତେବେ ସେ ଜାଣିପାରିବେ ସେଠାକାର ପରିସ୍ଥିତି କେମିତି ରହିଛି। ଅଖିଳେଶ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ନ୍ୟାଶନାଲ ପପୁଲେଶନ୍‌ ରେଜିଷ୍ଟର(ଏନ୍‌ପିଆର) ବିଷୟରେ ପଢିବା ଉଚିତ ବୋଲି ସ୍ବତନ୍ତ୍ର ଦେବ କହିଛନ୍ତି।

Share