ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଦିବସ

ଜଳେଶ୍ୱର, ୨।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ଚୈତନ୍ୟସାହୁ ଛକରେ ସୋମବାର ୧୨ଦଫା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ କରାଯାଇଛି। ମହିଳାମାନେ ଏବେ କାମ ହରାଇଥିବା ଗରିବ ଖଟିଖିଆ ଶ୍ରମିକମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ୩ମାସ ଧରି କୌଣସି କାର୍ଯ୍ୟ ନ ଥିବା ବେଳେ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଥିବାରୁ ୬ମାସ ଲାଗି କେନ୍ଦ୍ର ସରକାର ରିଲିଫ ପ୍ୟାକେଜ ଦେବାକୁ ସମିତି ଦାବି କରିଛି। ବିନା ମୂଲ୍ୟରେ ରାଶନକାର୍ଡରେ ଖାଦ୍ୟ ଯୋଗାଇ ଦେବାକୁ ସେମାନେ ଦାବି ଜଣାଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଘରବାହୁଡା କରାଇବା, ବର୍ଷକୁ ୨ଶହ ଦିନର କାମ ଓ ପ୍ରତିଦିନ ୩ଶହ ଟଙ୍କା ମଜୁରି ଦେବା, ମାଇକ୍ରୋର ଫାଇନାନ୍ସ ଋଣ ଆଦାୟ ବନ୍ଦ କରିବା ଦାବିରେ ସେମାନେ ଦୀର୍ଘସମୟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ମହିଳା ସମିତିର ରାଜ୍ୟନେତ୍ରୀ ତାପସୀ ପ୍ରହରାଜ, ମମି ପଣ୍ଡା, ରଞ୍ଜିତା ଦାସ, ମୀନତି ବାରିକ, ସୁମିତ୍ରା ଦେ ପ୍ରମୁଖଙ୍କ ନେତୃତ୍ୱରେ ପ୍ରତିବାଦ ଦିବସ ପାଳନ କରାଯାଇଥିଲା ା

Share