ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର

ଜଗତ୍‌ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ ଏହି ଦରମା ବୃଦ୍ଧି କରାଯାଉ। ଏଥିସହ ଏନ୍‌ପିଏସ୍‌ ଉଚ୍ଛେଦ କରାଯାଇ ପୁରୁଣା ହିସାବରେ ପେନ୍‌ସନ୍‌ ପ୍ରଦାନ, ଡାକ ବିଭାଗର ଘରୋଇକରଣ ବନ୍ଦ, ୬ ଲକ୍ଷ ଖାଲି ପଦବୀ ପୂରଣ ଓ ଶ୍ରମିକ ମାରଣନୀତି ବନ୍ଦ ହେଉ। ଏହିଭଳି ୧୦ ଦଫା ଦାବି ନେଇ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ (୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀ) କଟକ ଦକ୍ଷିଣ ମଣ୍ଡଳ ତରଫରୁ ଏକ ଶୋଭାଯାତ୍ରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବାହାରି ସଂସ୍କୃତି ଭବନ ପରିସରରେ ପହଞ୍ଚତ୍ଥିଲା। ଏହାପରେ ଦେବବ୍ରତ ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ୧୧ତମ ଦ୍ୱିବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସମ୍ମିଳନୀରେ ମୁଖ୍ୟଅତିଥିଭାବେ କଟକ ଦକ୍ଷିଣ ମଣ୍ଡଳ ଡାକ ଅଧୀକ୍ଷକ ଗଜେନ୍ଦ୍ର ପ୍ରସାଦ କର ଯୋଗଦେଇ କର୍ମଚାରୀଙ୍କ ନାନା ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ବୃହସ୍ପତି ସାମଲ, ରବୀନ୍ଦ୍ର ନାଥ ଧଳ, ଦେବବ୍ରତ ମହାନ୍ତି, ନିର୍ମଳ ସିଂ, ମନୋଜ କୁମାର, ଆନନ୍ଦ ସ୍ବରୂପ ଦାସ, ଚନ୍ଦ୍ରବତୀ ଦାସ ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଟ ବାସୁଦେବ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ଆନ୍ଦୋଳନ ବିଷୟରେ ସୂଚନା ଦେଇଥିଲେ। ବିଶେଷକରି ଆସନ୍ତା ଜାନୁୟାରୀ ୮ରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଆଇଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଇଡବ୍ଲ୍ୟୁଏ, ଏଆଇସିସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ମିଳିତ ସହଯୋଗରେ ଆନ୍ଦୋଳନ ସଫଳ କରାଯିବା ପାଇଁ ଉଦ୍ୟମ ହେଉଥିବା କୁହାଯାଇଥିଲା। ସମ୍ମିଳନୀରେ ପ୍ରମୋଦ ହୋତା, ପ୍ରଭାକର ଦଳାଇ, ରନତ୍ାକର ନାୟକ, ସ୍ବରୂପ ଖାରା, ବାସୁଦେବ ସ୍ବାଇଁ, ବେଣୁଧର ସାହୁ, ତପନ କୁମାର ଦାସ, ସୁଭାଶିଷ ଆଚାର୍ଯ୍ୟ, ବିକାଶ ପରିଡ଼ା, ଜିଜେନ୍ଦ୍ର ସବର, ଅଜୟ କୁମାର ଦାସ, ଚନ୍ଦ୍ର ପ୍ରକାଶ ଟୁଡୁ, ଶାନ୍ତନୁ ସାମନ୍ତରାୟ ପ୍ରମୁକ ଯୋଗଦେଇ ସହଯୋଗ କରିଥିଲେ।