Advertisement

ଅଗଣାରେ ଶୋଇଥିଲେ ଯୁବକ: ସାପ କାମୁଡ଼ାରେ ଜୀବନ ଗଲା

ଦେବଗଡ,୨୬ା୪(ଡି.ଏନ.ଏ.):ଦେବଗଡ ଥାନା ଅଧୀନ ଖଜୁରୀବାହାଳ ଗ୍ରାମରେ ଶନିବାର ରାତିରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ ଖଜୁରୀବାହାଳ ଗ୍ରାମର ସତାରୀ ସାମାଡ(୨୬) ସବୁଦିନ ଭଳି ନିଜ ଘର ଅଗଣାରେ ଶୋଇଥିବା ବେଳେ ସାପ ତାଙ୍କୁ କାମୁଡି ଦେଇଥିଲା। ସତାରୀ ନିଦରୁ ଉଠି ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel