Categories: ଜାତୀୟ

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ କମଲନାଥଙ୍କ ଭଣଜା ଫେରାର

ନୂଆଦିଲ୍ଲୀ,୨୭।୭: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଇଡି ସମନ ପଠାଇ ଶନିବାର କାର୍ଯ୍ୟାଳୟକୁ ଡକାଇଥିଲା। ସକାଳେ ରତୁଲ ପହଞ୍ଚିଥିବା ବେଳେ ତାଙ୍କୁ ଅଧିକାରୀମାନେ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ରତୁଲ ଅପେକ୍ଷା ନ କରି ସେଠାରୁ ପଳାଇଯାଇଥିଲେ। ଭିଭିଆଇପି ଚପର ଦୁର୍ନିତୀରେ ଗିରଫ ଭୟରେ ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ସେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।

Share