Categories: ଜାତୀୟ

ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ ସେ ରୁଷର ଭ୍ଲାଦିଭୋଷ୍ଟକ ସହର ଗସ୍ତ କରିବେ। ତାଙ୍କ ସହ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଗୋଆ ଓ ଆସାମର ପ୍ରତିନିଧି ମଣ୍ଡଳ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ ରୁଷ ମଧ୍ୟରେ ବିଭିନ୍ନ ସେକ୍ଟରକୁ ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଏଥିରେ ଗସ୍ତ କରିବେ।

Share