Categories: ଜାତୀୟ

ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏହା ପ୍ରଥମ ବୈଠକ। ଅଧିକାଂଶ ରାଜ୍ୟରେ କଂଗ୍ରେସ ନେତାମାନେ ଦଳ ଛାଡି ଭାଜପାରେ ଯୋଗ ଦେଉଥିବା ବେଳେ ଏବେ ଦଳରେ ସଙ୍କଟ ଦେଖାଦେଇଛି। ଅନ୍ୟପଟେ ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ଯାହା ଚାହୁଁ ନ ଥିଲେ କଂଗ୍ରେସର ବରିଷ୍ଠ ବିଧାୟକମାନେ। ଏପଟେ ରାହୁଲ ଇସ୍ତଫା ଦେବାକୁ ଅଡିବସି ଶେଷରେ ତାଙ୍କ ଜିଦରେ ଅଟଳ ରହିଥିଲେ। ଆଉ ସେ ଇସ୍ତଫା ଦେବା ପରଠାରୁ ଏପର୍ଯ୍ୟନ୍ତ ଦଳ ଅଧ୍ୟକ୍ଷ ପଦରେ ମଧ୍ୟ କେହି ନ ଥିବା ଦଳର ଦୁର୍ବଳତାକୁ ଦର୍ଶାଉଛି।

Share