ଅଗଷ୍ଟ ୧୫ରେ ପାକିସ୍ତାନରେ ବି ଗୁଞ୍ଜି ଉଠିଲା ସମବେତ ‘ଜୟ ହିନ୍ଦ୍‌’ ସ୍ବର

ଇସଲାମାବାଦ୍‌, ୧୫।୮: ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ପାଳିତ ଅବସରରେ ପାକିସ୍ତାନରେ ମଧ୍ୟ ଗୁଞ୍ଜି ଉଠିଛି ସମବେତ ଜୟ ହିନ୍ଦ୍‌ ସ୍ବର। ପାକିସ୍ତାନର ବାଲୁଚିସ୍ତାନ ବାସିନ୍ଦା ଭାରତକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ୧୯୪୮ ମାର୍ଚ୍ଚ ୨୭ରେ ପାକିସ୍ତାନ ବାଲୁଚିସ୍ତାନକୁ ବଳପୂର୍ବକ ଅଧିକୃତ କରିଥିଲା। ସେବେଠାରୁ ଏଠାକାର ବାସିନ୍ଦା ପାକିସ୍ତାନରୁ ଅଲଗା ହେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ବାଲୁଚିସ୍ଥାନର ଗ୍ବାଦର ବନ୍ଦର ଇରାନ୍‌, ଭାରତ ଏବଂ ଆଫଗାନିସ୍ତାନ ମଝିରେ ରହିଛି। ପାକିସ୍ତାନ ନ ଯାଇ ସିଧା ଭାରତରୁ ଏହା ମଧ୍ୟ ଦେଇ ଆଫଗାନିସ୍ତାନରେ ପହଞ୍ଚିହେବ। ୧୯୪୭ ଅଗଷ୍ଟ ୧୧ରେ ବ୍ରିଟିଶ୍‌ କବଳରୁ ବାଲୁଚିସ୍ତାନକୁ ମୁକ୍ତି ମିଳିଥିଲା। ତେବେ ପାକିସ୍ତାନ ଏହି ଅଞ୍ଚଳକୁ ନିଜର ଅଂଶ ଭାବେ ଗ୍ରହଣ କରିଛି। ଏହି ଅଞ୍ଚଳ ଦୀର୍ଘ ସମୟ ଧରି ପାକିସ୍ତାନ ସରକାରଙ୍କ ଉପେକ୍ଷାର ଶିକାର ହେଉଥିବା କୁହାଯାଉଛି। ଏଠାକାର ବାସିନ୍ଦା ସ୍ବାଧୀନତା ପାଇଁ ପାକିସ୍ତାନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି।

Share