ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ ଅଧିକ ଆକର୍ଷଣୀୟ ହୋଇଛି ଅଭିନେତା ଅକ୍ଷୟ କୁମାରଙ୍କ ଦମ୍‌ଦାର ସଂଳାପ: ‘ମୁଝେ ଅଭିତକ୍‌ ନହି ପତା କୈସେ କରେଙ୍ଗେ, ପାର୍‌ କରେଙ୍ଗେ ସାର୍‌। କର୍‌ନା ହି ହୋଗା’(ମୁଁ ତଥାପି ଜାଣେନାହିଁ, ଏହା କିପରି କରିବାକୁ ହେବ। କିନ୍ତୁ ସାର୍‌, ଆମେ ଏହା କରିବୁ। ଆମକୁ ହିଁ କରିବାକୁ ହେବ)। ସଂଳାପ ଉପରେ ଜଣେ ୟୁଜର ଲେଖିଛନ୍ତି, ଇଞ୍ଜିନିୟରିଂ ଛାତ୍ରଟି ପରୀକ୍ଷାର ଦିନକ ପୂର୍ବରୁ ସାରା ସିଲାବସ୍‌ର ପାଠପଢ଼ା ଶେଷ କରିବାକୁ ଉଦ୍ୟମ କରୁଛି। ଆଉ ଜଣେ ଲେଖିଛନ୍ତି, ‘ପୁରେ ଦୁନିଆ ତୋ କପି’। ପରୀକ୍ଷା ହଲ୍‌କୁ କପି ନେଇଯିବା ହିଁ ମୁଖ୍ୟ କଥା। ‘ମିଶନ୍‌ ମଙ୍ଗଲ’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍‌ହାରି, ନିଥ୍ୟା ମେନନ୍‌ ଏବଂ ଶ୍ରମନ୍‌ ଜୋଷୀ। ଏଥିରେ ମହିଳା ବୈଜ୍ଞାନିକଙ୍କର ଏକ ଟିମ୍‌ ସାମିଲ ଅଛି, ଯିଏ ଭାରତର ମାର୍ସ ଅର୍ବିଟର ମିଶନ୍‌ (ଏମ୍‌ଓଏମ୍‌)କୁ ସଫଳ କରାଇପାରିଛିି।

Share