Categories: ଜାତୀୟ

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଅପରାହ୍ନରେ ଚନ୍ଦ୍ରୟାନ-୨ର ପ୍ରଥମ ଅର୍ବିଟ ରେଜିଂ ହୋଇଛି। ଏଥିରେ ଥିବା ମୋଟରକୁ ୫୭ ସେକେଣ୍ଡ ପାଇଁ ଫାୟାରିଂ କରାଯାଇଥିଲା। ଦ୍ୱିତୀୟ ଅର୍ବିଟ ରେଜିଂ ଗତି ୨୬ ତାରିଖ ରାତି ୧ଟା ୯ ମିନିଟରେ ହେବ। ଅଗଷ୍ଟ ୧୪ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୨୦ ତାରିଖ ସୁଦ୍ଧା କକ୍ଷପଥରେ ପହଞ୍ଚତ୍ବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଥିଲାବେଳେ ଉକ୍ତ ସ୍ଥାନର ନାମକରଣକୁ ନେଇ ଇସ୍ରୋ ଏବଂ ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ଚିନ୍ତିତ ଅଛନ୍ତି। ସେମାନେ ଏକାଧିକ ନାଁ ସଂଗ୍ରହ କରିଥିବା ଜଣାପଡିଛି। ଚୂଡାନ୍ତ ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ସୂଚନା ଦେଇଛନ୍ତି। ତେବେ ସଫଳ ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ପରେ ନାଁ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Share