Categories: ଜାତୀୟ

ଅଗଷ୍ଟ ୨୩ରେ ଜେଇଇ ଆଡ୍‌ଭାନ୍ସଡ୍‌

ନୂଆଦିଲ୍ଲୀ,୮।୫: ଆଇଆଇଟିରେ ନାମଲେଖା ଲାଗି ମିଳିତ ପ୍ରବେଶିକ ପରୀକ୍ଷା (ଜେଇଇ ଆଡ୍‌ଭାନ୍ସଡ୍‌) ଅଗଷ୍ଟ ୨୩ରେ ଅନୁଷ୍ଠିତ ହେବ। ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ଗୁରୁବାର ଏହା ଘୋଷଣା କରିଛନ୍ତି। ମେ’ ୧୭ରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ଆଇଆଇଟି ଖଡ଼ଗପୁର ଏହି ପରୀକ୍ଷାର ଆୟୋଜନ କରୁଛି। ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ(ମେନ୍‌) ଜୁଲାଇ ୧୮ରୁ ୨୩ ଏବଂ ମେଡିକାଲ କଲେଜରେ ନାମଲେଖା ଲାଗି ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି) ଜୁଲାଇ ୨୬ରେ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଏଚ୍‌ଆର୍‌ଡି ମନ୍ତ୍ରୀ ଘୋଷଣା କରିଥିଲେ। କୋଭିଡ୍‌-୧୯ ପାଇଁ ଏହିସବୁ ପରୀକ୍ଷା ସ୍ଥଗିତ ରହିଥିଲା।

Share