ଚେନ୍ନାଇ,୫।୭ : ତାମିଲନାଡ଼ୁର ଭେଲୋର ଲୋକ ସଭା ଆସନ ଲାଗି ଅଗଷ୍ଟ ୫ ତାରିଖରେ ଭୋଟଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନିର୍ବାଚନ ପରେ ଅଗଷ୍ଟ ୯ରେ ଭୋଟଗଣତି କରାଯିବ ବୋଲି ଆୟୋଗ ଦର୍ଶାଇଛନ୍ତି। ଆଚରଣବିଧି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଭେଲୋର ସଂସଦୀୟ ଆସନ ଲାଗି ଜୁଲାଇ ୧୮ରେ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଶେଷ ହେବ। ପ୍ରକାଶଥାଉ କି, ଏହି ଆସନ ଲାଗି ଗତ ଏପ୍ରିଲ ୧୮ରେ ଭୋଟଗ୍ରହଣ କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ବାଚନ ଠିକ୍ ପୂର୍ବରୁ ପ୍ରଚୁର ଟଙ୍କା ଜବତ କରାଯିବା ପରେ ଏହି ନିର୍ବାଚନକୁ ରଦ୍ଦ କରାଯାଇଥିଲା।