Categories: ଜାତୀୟ

ଅଗଷ୍ଟ ୬ରୁ ଆରମ୍ଭ ହେବ ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୨।୮: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୬ ତାରିଖ ଅର୍ଥାତ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଶୁକ୍ରବାର କହିଛନ୍ତି। ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବାର ଥିଲା। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନ୍ତରୀଣ ରିପୋର୍ଟ ଜଉମୁଦ ଲଫାପାରେ ଦାଖଲ କରିଥିଲେ। ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଉକ୍ତ ରିପୋର୍ଟ ଉପରେ ଶୁଣାଣି କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ. ଅବଦୁଲ ନାଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରିଥାଆନ୍ତେ।

Share