ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି। ଭାଜପା ହାଇ କମାଣ୍ଡଙ୍କଠାରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ୟେଦୁରପ୍ପା ୩ ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଥିବା ସୂଚନା ମିଳିଛି। ୟେଦୁରପ୍ପା ତାଙ୍କ କ୍ୟାବିନେଟ ବିସ୍ତାର ପୂର୍ବରୁ ମୋଦିଙ୍କୁ ସାକ୍ଷାତ୍ କରିବାକୁ ଯାଉଛନ୍ତି। ଏହି ୩ ଦିନିଆ ଗସ୍ତରେ ସେ ମୋଦିଙ୍କ ବ୍ୟତିତ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ଜିତିବା ପରେ ଭାଜପା କର୍ନାଟକରେ ସରକାର ଗଢିଛି।