ନୂଆଦିଲ୍ଲୀ, ୨୮।୭: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ଅଗଷ୍ଟ ୮ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିବ। ତାଙ୍କ ସହ ଦିବଂଗତ ସଂଗୀତକାର ଓ ଗାୟକ ଡ.ଭୂପେନ ହଜାରିକା ଓ ସାମାଜିକ କର୍ମୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଭବନରେ ଅୟୋଜିତ ଏକ ସୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ୨୦୧୯, ଜାନୁଆରୀ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ତିନିଜଣଙ୍କୁ ଚଳିତବର୍ଷ ଭାରତ ରତ୍ନ ମିଳିବ ବୋଲି ଘୋଷଣା କରିଥିଲେ।