ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ

ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଜବରିୟା ଯୋଡ଼ି ପ୍ରଥମେ ମେ ୧୭ରେ ରିଲିଜ ହେବାକୁ ଥିଲେ ହେଁ ଏହାକୁ ଜୁଲାଇ ୧୨କୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ସେହି ଦିନ ହ୍ରିତିକ ରୋଶନ୍‌ଙ୍କ ଅଭିନୀତ ‘ସୁପର ୩୦’ ରିଲିଜ ହୋଇଥିଲା। ସେଥିପାଇଁ ଏହାର ରିଲିଜ ତାରିଖ ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ଅଗଷ୍ଟ ୨ରେ ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଥିବାରୁ ଫିଲ୍ମ ପ୍ରଦର୍ଶକମାନେ ଜବରିୟା ଯୋଡ଼ିର ରିଲିଜକୁ ଅଗଷ୍ଟ ୯କୁ ଘୁଞ୍ଚାଇ ଦେବାଲାଗି ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି।
ପ୍ରଶାନ୍ତ ସିଂଙ୍କ ନିର୍ଦ୍ଦେଶିତ ‘ଜବରିୟା ଯୋଡ଼ି’ ପକାଦ୍ୱା ବିବାହ (ବଳପୂର୍ବକ ବିବାହ)କୁ ଭିତ୍ତିକରି ଗଢ଼ିଉଠିଛି। ଏକଦା ଏଭଳି ବିବାହ ବିହାରରେ ବହୁଳ ଭାବେ ହେଉଥିଲା।

Share