Categories: ଜାତୀୟ

ଅଗୁସ୍ତା ଓ୍ବେଷ୍ଟଲାଣ୍ଟ ମନି ଲଣ୍ଡରିଂ ମାମଲାରେ ରତୁଲ ପୁରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨।୧୧: ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର ସ୍ପେଶାଲ କୋର୍ଟ ଏହାର ଶୁଣାଣି କରି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରତୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। କିନ୍ତୁ ଏବେ ବି ସେ ଜେଲରେ ରହିବେ। କାରଣ ଅନ୍ୟ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇନାହିଁ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୨୦ରେ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରତୁଲଙ୍କୁ ଗିରଫ କରିଥିଲା।

Share