ନୂଆଦିଲ୍ଲୀ,୩୦ା୭(ପି.ଟି.)-ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଚୁକ୍ତିନାମାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କୁ ଉତ୍କୋଚ ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟଙ୍କୁ ଜଣାଇଛି। ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ଅଦାଲତରେ ସୋମବାର ରାତୁଲଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ବେଳେ ଇଡି ଉପରୋକ୍ତ ଅଭିଯୋଗ ଆଣିଛି। ତାଙ୍କୁ ଗିରଫଦାରୀରୁ ଗୋଟିଏ ଦିନ ପାଇଁ ରିହାତି ମିଳିଛି। ହିନ୍ଦୁସ୍ତାନ ପାଓ୍ବାର ପ୍ରୋଜେକ୍ଟର ଅଧ୍ୟକ୍ଷ ଥିବା ରାତୁଲ ୨୭ ତାରିଖରେ ଆଗୁଆ ଜାମିନ ଆବେଦନ କରିଥିଲେ। ୨ ଭାଜପା ବିଧାୟକ କମଳନାଥଙ୍କ ସରକାର ଆଣିଥିବା ବିଲ୍କୁ ସମର୍ଥନ କରିବା ପରେ ରାଜନୈତିକ ଷଡ଼ଯନ୍ତ୍ର କରି ତାଙ୍କ ଗିରଫ କରିବା ଲାଗି ଉଦ୍ୟମ କରାଯାଉଛି ବୋଲି ରାତୁଲ କହିଛନ୍ତି।