ଅଗ୍ନିକାଣ୍ଡକୁ ୪ମାସ ବିତିଲା: ମିଳିପାରୁନି ପରିବାରକୁ ସହାୟତା

ଜେନାପୁର,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ପଣସପଡ଼ିଆ ଗ୍ରାମର ରମେଶ ମଳିକଙ୍କ ଘର ୪ ମାସ ହେବ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ ଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସହାୟତା ମିଳି ପାରି ନାହଁି। ଫଳରେ ଅନେକ ସମୟରେ ରମେଶ ତାଙ୍କ ସ୍ତ୍ରୀ, ୩ ଝିଅ ଓ ପୁଅଙ୍କୁ ନେଇ ଅନ୍ୟଜଣଙ୍କ ଘରେ ରହୁଛନ୍ତି। ଅଗ୍ନିକାଣ୍ଡ ପରେ ସରକାରଙ୍କ ତରଫରୁ ମିଳିଥିବା ଜରିପାଲଟି ଗତ ଫନୀ ବାତ୍ୟାରେ ପାଲ ଖଣ୍ଡିକ ନଷ୍ଟ ହେଇଯାଇଛି ା ଯାହାଫଳରେ ବର୍ଷାଦିନେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ମୋ କୁଡିଆ ବା ବିଜୁ ପକ୍କାଘର ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ା