Categories: ଗଞ୍ଜାମ

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ଖଲ୍ଲିକୋଟ,୧ା୬(ଡି.ଏନ.ଏ.)- ଖଲ୍ଲିକୋଟ ସହର ଧରାକୋଟ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇଣ୍ଡିଙ୍ଗ୍‌ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସାମଗ୍ରୀ ପୋଡି ନଷ୍ଟ ହୋଇଛି। ପ୍ରକାଶ ଯେ, ଧରାକୋଟ ସାହିର ଶରତ ଚନ୍ଦ୍ର ମାହାନ୍ତି ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ବିଳମ୍ବିତ ରାତିରେ ନିଅଁା ଲାଗିଥିବା ଖବର ପାଇ ଦୋକାନରେ ପହଞ୍ଚତ୍ଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଶର୍ଟସର୍କିଟରୁ ନିଅଁା ଲାଗିଥିବା ଦମକଳ ବାହିନୀ ପ୍ରକାଶ କରିଛି।