ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ନିମାପଡା,୧୪ା୪(ଡି.ଏନ.ଏ.): ନିମାପଡା ଥାନା ଅନ୍ତର୍ଗତ ହରିଶପୁର ନିକଟସ୍ଥ ଚିଙ୍ଗୁଡିଆକଣ୍ଟା ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨ ବଖରା ପୋଡି ଯାଇଛି। ଏଥିରେ ଗୃହକର୍ତ୍ତା କାର୍ତ୍ତିକେଶ୍ୱର ବେହେରାଙ୍କ ସହ ତାଙ୍କ ୨ଟି ଗାଈ ପୋଡି ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ତାଙ୍କର ଆସବାବପତ୍ର ଜଳି ଯାଇଛି। ଗୁହାଳରେ ମଶାଙ୍କ ଲାଗି ଦିଆଯାଇଥିବା ଧୂଆଁରୁ ନିଆଁ ଝୁଲ ଉଠି ଚାଳରେ ଲାଗିବାରୁ ଏଭଳି ହୋଇଥିବା ଅଗ୍ନିଶମ ସେବା ସଂସ୍ଥା ଅଧିକାରୀ ବ୍ରହ୍ମାନନ୍ଦ ମଲ୍ଲିକ କହିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share