ଅଗ୍ନିକାଣ୍ଡରେ ୭ ବଖରା ଜଳିଗଲା, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଭଣ୍ଡାରିପୋଖରୀ,୬।୪ (ଡି.ଏନ୍‌.ଏ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅଲାଉତି ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ବଖରା ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସୁରେଶ ଜେନାଙ୍କ ୨ ବଖରା, କ୍ଷୀରୋଦ ଜେନାଙ୍କ ୨ବଖରା ସମେତ ଗଣେଷ ପ୍ରସାଦ ଜେନା, ନାରାୟଣ ଜେନା ଓ ନିରଞ୍ଜନ ଜେନାଙ୍କ ଗୋଟିଏ ଲେଖାଏ ବଖରା ଜଳିଯାଇଛି। ବିଦ୍ୟୁତ୍‌ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।