Advertisement
Categories: ଯାଜପୁର

ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ

ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୬ ଗୋରୁ ଆହତ ହୋଇଛନ୍ତି। ଉଦ୍ଦବ ଚରଣ ବେହେରା, ମଧୁସୂଦନ ବେହେରା ଓ ପୁରୁଷୋତ୍ତମ ବେହେରା ରାତିରେ ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ଘରର ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। ସରପଞ୍ଚ କବିତା ପଣ୍ଡାଙ୍କଠାରୁ ଖବରପାଇ ବରୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯାଗରେ ନିଅଁାକୁ ଆୟତ୍ତ କରିଥିଲା। ହେଲେ ପ୍ରଶାସନ ତରଫରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଘଟଣାକୁ ଗୁରୁତ୍ୱ ଦେଇ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel