Categories: ଗଞ୍ଜାମ

ଅଗ୍ନିକାଣ୍ଡ ଘଟି ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଭସ୍ମୀଭୂତ

ଚିକିଟି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଆଦିବାସୀ ପରିବାରଙ୍କ ୧୬ ବଖରା ଗୃହ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଗ୍ରାମର ରୁଷିଆ ନାୟକ, ଗଣପତି ନାୟକ, ନାଥ ନାୟକ, ପାତ୍ର ଦଳାଇ, ଶଶୀ ଦଳାଇ, ମଙ୍ଗଳା ଦଳାଇ, ଗଣେଶ ପାଇକ, ଗୋପୀ ପାଇକଙ୍କ ୨ଟି ଲେଖାଏ ମୋଟ୍‌ ୧୬ ବଖରା ପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ଏ ନେଇ ବୁଧବାର ସକାଳେ ଚାନ୍ଦପୁର ପଞ୍ଚାୟତ ସରପଞ୍ଚ ମନୋଜ କୁମାର ସାହୁ, ନୂଆପଡା ରାଜସ୍ବ ନିରୀକ୍ଷକ ଏମ୍‌. ରଞ୍ଜନ, ଅଞ୍ଚଳର ଯୁବ ସଂଗଠନକାରୀ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନିକସ୍ତରରେ ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସରପଞ୍ଚ ସାହୁ ଦାବି କରିଛନ୍ତି ।