ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶ୍ୱର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି । ଏଥିରେ ଲମ୍ବୋଦର ସିଂ ଓ ପ୍ରତାପ ସିଂ କ୍ଷତିଗ୍ରସ୍ତ ହୋଇଛନ୍ତି ା ଖବରପାଇ ଯାଜପୁର ଜିଲା ବୈତରଣୀ ରୋଡ଼ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ତେବେ ଅଗ୍ନିକାଣ୍ଡ କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।