ଅଗ୍ନିକାଣ୍ଡ: ୩ ବଖରା ଭସ୍ମୀଭୂତ

ବନ୍ତ,୧୧ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ଦେବଗଡ଼ି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁରେନ୍ଦ୍ର ଜେନା, ଗୌରାଙ୍ଗ ଜେନା ଓ ବିନୁ ଜେନାଙ୍କ ଗୋଟିଏ ଲେଖାଏ ୩ ବଖରା ଜଳିଯାଇଛି । ଘରେ ଥିବା ନଗଦ ଟଙ୍କା, ଚାଉଳ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।