ଅଗ୍ନିବିପନ୍ନଙ୍କୁ ସହାୟତା

ହାଟଡିହୀ, ୫।୫(ଡି.ଏନ.ଏ.)-ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ୫ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମକୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିବା ସହ ଆର୍ଥିକ ସହାୟତା ପ୍ରଦାନ କରି ସମବେଦନା ଜଣାଇଥିଲେ। ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ଦାବି କରିବେ ବୋଲି ଆଲୋକ କହିଛନ୍ତି। ହରମୋହନ ସାଶିନୀ, ବଳଭଦ୍ର ବାରିକ, ରବୀନ୍ଦ୍ର ମଲିକ, ରମାକାନ୍ତ ନାୟକ, ତୁଷାର ମହାପାତ୍ର, ପ୍ରମୁଖ ସହାୟତାବେଳେ ଉପସ୍ଥିତ ଥିଲେ।

Share