ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲା ବ୍ଲକ ପ୍ରଶାସନ

ବନ୍ତ,୧୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ମନୋହରପୁର ଗ୍ରାମର ୪ ଅଗ୍ନିବିପନ୍ନ ପରିବାରଙ୍କୁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ ଓ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଜେନା ଭେଟି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ସଂପୃକ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉଲ୍ଲେଖ ଯେ, ଗତ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ଗୃହ ସମେତ ସମସ୍ତ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି।