Categories: ଜାତୀୟ

ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା ଏମ୍ସ୍‌: ଅଗ୍ନିକାଣ୍ଡ ପରେ ଖୋଲିଲା ଗୁମର

ନୂଆଦିଲ୍ଲୀ, ୧୮।୮: ଭାରତର ବଡ଼ ସରକାରୀ ହସ୍ପିଟାଲ ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା। ଶନିବାର ଏହାର ପୁରାତନ ଟିଚିଂ ବ୍ଲକ୍‌ ଅଗ୍ନିକାଣ୍ଡ ଘଟିବା ପରେ ଏହାର ଗୁମର ଖୋଲିଛି। ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଅଗ୍ନିଶମ ବିଭାଗଠାରୁ ଏନ୍‌ଓସି ନେବା ଅନିବାର୍ଯ୍ୟ। ତେବେ ଏମ୍ସ୍‌ର ଟିଚିଂ ବ୍ଲକ୍‌ ପକ୍ଷରୁ ଏନ୍‌ଓସି ଅଣାଯାଇ ନାହିଁ। ଏଠାରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଏହି ବିଲ୍ଡିଂରେ ଥିବା ମେସିନ୍‌ଗୁଡ଼ିକ ପୋଡ଼ିଯାଇଥିବା କୁହାଯାଉଛି। କ୍ଷୟକ୍ଷତିର ଆକଳନ ଜାରି ରହିଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ସୂଚନା ଦେଇଛନ୍ତି।

Share